ସରକାର ଠିକ୍ ସମୟରେ ଇଲେକ୍ସନ କରାନ୍ତୁ: ବିଜେଡି କଂଗ୍ରେସ ର ଟାର୍ଗେଟ

Spread the love

ଭୁବନେଶ୍ବର: ଜେଏମଜେ ନ୍ୟୁଜ : କେବେ ହେବ ପଞ୍ଚାୟତ ଏବଂ ପୌର ନିର୍ବାଚନ ? ତିନି ଥର ତାରିଖ ଘୁଞ୍ଚିବା ପରେ ଉଠିଲା ପ୍ରଶ୍ନ । ସରକାର ଠିକ୍ ସମୟରେ ଇଲେକ୍ସନ କରାନ୍ତୁ । ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ସବୁବେଳେ ପ୍ରସ୍ତୁତ । କଂଗ୍ରେସ କହିଲା ପଞ୍ଚାୟତ ପ୍ରତିନିଧିଙ୍କୁ ସେବା କରିବାକୁ ସୁଯୋଗ ଦିଆଯାଉ ।ତିନି ଥର ପଞ୍ଚାୟତ ନିର୍ବାଚନ ତାରିଖ ଘୁଞ୍ଚିବା ପରେ ସରକାରଙ୍କୁ ଏଭଳି ଟାର୍ଗେଟ୍ କରିଛନ୍ତି ବିଜେଡି ଏବଂ କଂଗ୍ରେସ ।

ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଯଥାଶୀଘ୍ର ପଞ୍ଚାୟତ ନିର୍ବଚନ ପାଇଁ ଦାବି କହିଛନ୍ତି । ସେ କହିଛନ୍ତି, ବିଜେଡି ପଂଚାୟତ ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ। ସରକାର ଠିକ୍ ସମୟରେ ନିର୍ବାଚନ କରନ୍ତୁ। ଗାଁ ଗଣ୍ଡାର ସମସ୍ୟାକୁ ନେଇ ଆମେ ଲଢେଇ କରିବୁ । ଗାଁ ଗୁଡ଼ିକ ବର୍ତ୍ତମାନ ସମସ୍ୟା ଘେରରେ ରହିଛି । ସେମାନଙ୍କ ସମସ୍ୟା ସମାଧାନ କରିବାରେ ସରକାର ବିଫଳ ହୋଇଛନ୍ତି । ପଞ୍ଚାୟତ ପ୍ରତିନିଧିମାନଙ୍କୁ ସେବା କରିବାକୁ ଦିଆଯାଉନାହିଁ । ଲୋକେ ହଇରାଣ ହେଉଛନ୍ତି, ସେମାନଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି । ଖାଲି ଗ୍ରାମବାସୀ ନୁହନ୍ତି, ଗାଁରେ ରହୁଥିବା ସରକାରୀ ଚାକିରିଆମାନେ ଅସନ୍ତୁଷ୍ଟ ଅଛନ୍ତି । ମଧୁବାବୁ ପେନସନ ଯୋଜନାରେ ବୃଦ୍ଧବୃଦ୍ଧାମାନେ ଭତ୍ତା ପାଇପାରୁନାହାନ୍ତି । ସରକାର ଯୋଜନା କେବଳ ଘୋଷଣାରେ ସୀମିତ ରହୁଛି ବୋଲି ଅଭିଯୋଗ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ସେପଟେ ପଞ୍ଚାୟତ ନିର୍ବାଚନକୁ ନେଇ କଂଗ୍ରେସ ମଧ୍ୟ ଟାର୍ଗେଟ୍ କରିଛି । ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି, ସରକାର ଯଦି ଠିକ୍ ସମୟରେ ନିର୍ବାଚନ କରୁଛନ୍ତି, ତେବେ ତାହା ସ୍ବାଗତ ଯୋଗ୍ୟ । ମାତ୍ର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ପଞ୍ଚାୟତ ନିର୍ବାଚନ ତାରିଖ ତିନି ଥର ଘୁଞ୍ଚି ସାରିଲାଣି । ସେ ଆହୁରି ମଧ୍ୟ କହିଛନ୍ତି, ପଞ୍ଚାୟତ ଏବଂ ମୁନିସିପାଲିଟି ନିର୍ବାଚନ ସଠିକ୍ ସମୟରେ ହେବା ଦରକାର । ପଞ୍ଚାୟତ ପ୍ରତିନିଧିମାନଙ୍କୁ ସେବା କରିବାକୁ ସୁଯୋଗ ଦିଆଯାଉ । ସେମାନଙ୍କ ସ୍ବାଧୀନତା ଫେରାଇ ଦିଆଯାଉ । ମାର୍ଚ୍ଚରେ ପଞ୍ଚାୟତ ଓ ଏପ୍ରିଲରେ ପୌର ନିର୍ବାଚନ ହେଉ । କଂଗ୍ରେସ ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ ରହିଛି ବୋଲି ସୁରେଶ ରାଉତରାୟ କହିଛନ୍ତି ।

  • jmjnewso

    Related Posts

    ଓଡ଼ିଶାକୁ ବାତ୍ୟା ଭୟ ! ୨୬ରୁ ବଢ଼ିବ ବର୍ଷା: ବିଭିନ୍ନ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

    Spread the love

    Spread the loveଜେଏମଜେ ନ୍ୟୁଜ : ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା । ଆସନ୍ତାକାଲି ଅବପାତ ସୃଷ୍ଟି ହେବା ପରେ ୨୫ରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ୨୬ ସକାଳ ବେଳକୁ ଏହା ବାତ୍ୟାର ରୂପ ନେଇପାରେ ।…

    ବଙ୍ଗୋପସାଗରରେ ଭୀଷଣ ବାତ୍ୟା ଆଶଙ୍କା, ଓଡ଼ିଶା ପାଇଁ ବଢ଼ିଲା ଚିନ୍ତା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଆସୁଛି ବାତ୍ୟା ! ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ପାଣିପାଗ ବିଶେଷଜ୍ଞ ମାନେ କହିଛନ୍ତି । ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ