ସରକାର ଠିକ୍ ସମୟରେ ଇଲେକ୍ସନ କରାନ୍ତୁ: ବିଜେଡି କଂଗ୍ରେସ ର ଟାର୍ଗେଟ

Spread the love

ଭୁବନେଶ୍ବର: ଜେଏମଜେ ନ୍ୟୁଜ : କେବେ ହେବ ପଞ୍ଚାୟତ ଏବଂ ପୌର ନିର୍ବାଚନ ? ତିନି ଥର ତାରିଖ ଘୁଞ୍ଚିବା ପରେ ଉଠିଲା ପ୍ରଶ୍ନ । ସରକାର ଠିକ୍ ସମୟରେ ଇଲେକ୍ସନ କରାନ୍ତୁ । ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ସବୁବେଳେ ପ୍ରସ୍ତୁତ । କଂଗ୍ରେସ କହିଲା ପଞ୍ଚାୟତ ପ୍ରତିନିଧିଙ୍କୁ ସେବା କରିବାକୁ ସୁଯୋଗ ଦିଆଯାଉ ।ତିନି ଥର ପଞ୍ଚାୟତ ନିର୍ବାଚନ ତାରିଖ ଘୁଞ୍ଚିବା ପରେ ସରକାରଙ୍କୁ ଏଭଳି ଟାର୍ଗେଟ୍ କରିଛନ୍ତି ବିଜେଡି ଏବଂ କଂଗ୍ରେସ ।

ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଯଥାଶୀଘ୍ର ପଞ୍ଚାୟତ ନିର୍ବଚନ ପାଇଁ ଦାବି କହିଛନ୍ତି । ସେ କହିଛନ୍ତି, ବିଜେଡି ପଂଚାୟତ ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ। ସରକାର ଠିକ୍ ସମୟରେ ନିର୍ବାଚନ କରନ୍ତୁ। ଗାଁ ଗଣ୍ଡାର ସମସ୍ୟାକୁ ନେଇ ଆମେ ଲଢେଇ କରିବୁ । ଗାଁ ଗୁଡ଼ିକ ବର୍ତ୍ତମାନ ସମସ୍ୟା ଘେରରେ ରହିଛି । ସେମାନଙ୍କ ସମସ୍ୟା ସମାଧାନ କରିବାରେ ସରକାର ବିଫଳ ହୋଇଛନ୍ତି । ପଞ୍ଚାୟତ ପ୍ରତିନିଧିମାନଙ୍କୁ ସେବା କରିବାକୁ ଦିଆଯାଉନାହିଁ । ଲୋକେ ହଇରାଣ ହେଉଛନ୍ତି, ସେମାନଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି । ଖାଲି ଗ୍ରାମବାସୀ ନୁହନ୍ତି, ଗାଁରେ ରହୁଥିବା ସରକାରୀ ଚାକିରିଆମାନେ ଅସନ୍ତୁଷ୍ଟ ଅଛନ୍ତି । ମଧୁବାବୁ ପେନସନ ଯୋଜନାରେ ବୃଦ୍ଧବୃଦ୍ଧାମାନେ ଭତ୍ତା ପାଇପାରୁନାହାନ୍ତି । ସରକାର ଯୋଜନା କେବଳ ଘୋଷଣାରେ ସୀମିତ ରହୁଛି ବୋଲି ଅଭିଯୋଗ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ସେପଟେ ପଞ୍ଚାୟତ ନିର୍ବାଚନକୁ ନେଇ କଂଗ୍ରେସ ମଧ୍ୟ ଟାର୍ଗେଟ୍ କରିଛି । ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି, ସରକାର ଯଦି ଠିକ୍ ସମୟରେ ନିର୍ବାଚନ କରୁଛନ୍ତି, ତେବେ ତାହା ସ୍ବାଗତ ଯୋଗ୍ୟ । ମାତ୍ର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ପଞ୍ଚାୟତ ନିର୍ବାଚନ ତାରିଖ ତିନି ଥର ଘୁଞ୍ଚି ସାରିଲାଣି । ସେ ଆହୁରି ମଧ୍ୟ କହିଛନ୍ତି, ପଞ୍ଚାୟତ ଏବଂ ମୁନିସିପାଲିଟି ନିର୍ବାଚନ ସଠିକ୍ ସମୟରେ ହେବା ଦରକାର । ପଞ୍ଚାୟତ ପ୍ରତିନିଧିମାନଙ୍କୁ ସେବା କରିବାକୁ ସୁଯୋଗ ଦିଆଯାଉ । ସେମାନଙ୍କ ସ୍ବାଧୀନତା ଫେରାଇ ଦିଆଯାଉ । ମାର୍ଚ୍ଚରେ ପଞ୍ଚାୟତ ଓ ଏପ୍ରିଲରେ ପୌର ନିର୍ବାଚନ ହେଉ । କଂଗ୍ରେସ ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ ରହିଛି ବୋଲି ସୁରେଶ ରାଉତରାୟ କହିଛନ୍ତି ।

  • jmjnewso

    Related Posts

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ହୋଇଛି। ଏହି ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁରୁଖୁରୁରେ ସମ୍ପାଦନ କରିବା ଲକ୍ଷ୍ୟରେ ନୂତନ…

    ଭତ୍ତା ପାଇଁ ରାସ୍ତାରେ ବୃଦ୍ଧବୃଦ୍ଧା, ବର୍ଷାରେ ଭିଜିଲେ, ବାହୁନି କାନ୍ଦିଲେ

    Spread the love

    Spread the loveଜେଏମଜେ ବ୍ୟୁରୋ : ଭତ୍ତା ପାଇଁ ରାସ୍ତାରେ ବୃଦ୍ଧବୃଦ୍ଧା। ବର୍ଷାରେ ଭିଜିଲେ, ଲୁହ ନିଗାଡ଼ିଲେ। ବିଶ୍ରାମ କରିବା ସମୟରେ ବିକ୍ଷୋଭ କରୁଛନ୍ତି। ଢୁ ଢୁ ବର୍ଷାରେ ଭତ୍ତା କେଇ ଟଙ୍କା ପାଇଁ ଭିଜୁଛନ୍ତି ଶହ ଶହ ବୟସ୍କ। ବୟସର…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    • By jmjnewso
    • September 11, 2026
    • 15 views
    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ  ପ୍ରସ୍ତୁତି

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    • By jmjnewso
    • September 11, 2026
    • 38 views
    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    • By jmjnewso
    • September 11, 2026
    • 26 views
    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    • By jmjnewso
    • September 11, 2026
    • 44 views
    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    • By jmjnewso
    • September 11, 2026
    • 31 views
    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    • By jmjnewso
    • September 11, 2026
    • 50 views
    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା