ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ପଞ୍ଚାୟତ ନିର୍ବାଚନକୁ ନେଇ ୩ ରାଜନୈତିକ ଦଳ ଭିତରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଶାସକ ଦଳ ହିସାବରେ ବିଜେପି ପ୍ରଥମଥର ପାଇଁ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବ । ଏହି ନିର୍ବାଚନ ବିଜେପି ପାଇଁ ସମ୍ମାନ ଓ ମର୍ୟ୍ୟାଦାର ପ୍ରଶ୍ନ । ହେଲେ ନେତା ଓ କର୍ମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି, କେବେ ନିର୍ବାଚନ ହେବ ।ଠିକ୍ ସମୟରେ ହେବ କି ବିଳମ୍ବରେ ହେବ, ଏନେଇ ଦ୍ବନ୍ଦ୍ବ ରହିଛି । କିଛି ମାସ ପୂର୍ବରୁ ରାଜ୍ୟ ନିର୍ବାଚନ କମିସନ ସଚିବ କହିଥିଲେ, ଜନଗଣନା ପାଇଁ ବିଳମ୍ବ ହୋଇପାରେ ନିର୍ବାଚନ । ଆଉ ଏ ସବୁ ଭିତରେ ଏକ ଘରୋଇ ଗଣମାଧ୍ୟମ କୁ ସାକ୍ଷାତକାର ଦେଇ ପଞ୍ଚାୟତ ନିର୍ବାଚନ ସଂକ୍ରାନ୍ତରେ ବଡ଼ ଅପଡେଟ୍ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନ ମଧୁସୂଦନ ପାଢ଼ୀ ।..
ଯାହା ଅନୁମାନ କରାଯାଉଛି
- ମାର୍ଚ୍ଚ ମାସରେ ବାଜିବ ପଞ୍ଚାୟତ ନିର୍ବାଚନ ବିଗୁଲ
- ମାର୍ଚ୍ଚ ୫ରେ ସରିବ ଜନଗଣନା ପ୍ରକ୍ରିୟା
- ଏହା ପରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ
- ମାର୍ଚ୍ଚ ଶେଷ ଓ ଏପ୍ରିଲ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ
- ରାଜ୍ୟରେ ୫ ଟି ପର୍ୟ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ
- ପଞ୍ଚାୟତ ନିର୍ବାଚନ ସରିବା ପରେ ଏହାର ୧୫ ଦିନ କିମ୍ବା ମାସେ ଭିତରେ ପୌର ନିର୍ବାଚନ ହେବ
- ପଞ୍ଚାୟତ ନିର୍ବାଚନ ବାଲାଟରେ ଓ ପୌର ନିର୍ବାଚନ ଇଭିଏମ୍ରେ ହେବ
- ପଞ୍ଚାୟତ ନିର୍ବାଚନ ପାଇଁ ୯୧ ହଜାର ବୁଥ୍ ପ୍ରସ୍ତୁତ ଅଛି
- ଅକ୍ଟୋବର ୨୪ରୁ ନଭେମ୍ବର ୭ ପର୍ୟ୍ୟନ୍ତ ସାରା ଓଡ଼ିଶାରେ ସର୍ଭେ ହେବ
- ଫେବ୍ରୁଆରି ୧୦ ସୁଦ୍ଧା ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇବ
- ଗୋଟିଏ ଅଞ୍ଚଳର ଭୋଟର୍, ଗୋଟିଏ ୱାର୍ଡରେ ରହିବେ, ଏହା ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ
- ୨୦୨୭ରେ ଏକକାଳୀନ ହେବ ସମ୍ବଲପୁର, ରାଉରକେଲା, ପୁରୀ ମହାନଗର ନିଗମର ନିର୍ବାଚନ
- ବାକି ଥିବା ପଞ୍ଚାୟତର ଉପନିର୍ବାଚନ ମଧ୍ୟ ୨୦୨୭ରେ ହେବ
- ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଅକ୍ଟୋବର ୩୧ରେ ସରିବ ବୋଲି ଜଣାଯାଇଛି।







