୯ ଦିନ ପରେ ସୁଡ଼ଙ୍ଗ ଭିତରୁ ଜୀବନ୍ତ ଉଦ୍ଧାର ୨ ଜଣ!

Spread the love

ଜେଏମଜେ ବ୍ୟୁରୋ : ନେପାଳରେ ଅଗଷ୍ଟ ୨୬ରେ ଆସିଥିବା ଭୟଙ୍କର ବନ୍ୟା ପରେ ଚାଲିଥିବା ଉଦ୍ଧାର ଅଭିଯାନ ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର। ଭୟଙ୍କର ବନ୍ୟାର ୯ ଦିନ ପରେ ତ୍ରିଶୁଳୀ-୩ ‘ଏ’ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗ ଭିତରୁ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ନେପାଳୀ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଶୁକ୍ରବାର ସକାଳେ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ସୁଡ଼ଙ୍ଗ ଭିତରୁ ଜଣେ ବ୍ୟକ୍ତିଙ୍କ ସ୍ୱର ଶୁଣାଯାଇଥିବା ସଙ୍କେତ ମିଳିଥିଲା। ଏହାପରେ ଉଦ୍ଧାରକାରୀ ଦଳ ଅଭିଯାନକୁ ଜୋରଦାର କରିଥିଲେ। ଶେଷରେ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସପ୍ତରୀ ଜିଲ୍ଲାର ସଞ୍ଜୟ ସାହ ଅଛନ୍ତି। ସେ ତ୍ରିଶୁଳୀ ହାଇଡ୍ରୋପାୱାର ପ୍ରକଳ୍ପରେ ମେକାନିକାଲ ଇଞ୍ଜିନିୟର ଭାବେ କାମ କରୁଥିଲେ। ଅନ୍ୟ ଜଣଙ୍କ ନାମ କବୀର ମହର୍ଜନ ଏବଂ ସେ ଏହି ପ୍ରକଳ୍ପରେ ସୁପରଭାଇଜର ଭାବେ କାର୍ଯ୍ୟରତ ଥିଲେ।

  • jmjnewso

    Related Posts

    ଓଡ଼ିଶାକୁ ବାତ୍ୟା ଭୟ ! ୨୬ରୁ ବଢ଼ିବ ବର୍ଷା: ବିଭିନ୍ନ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

    Spread the love

    Spread the loveଜେଏମଜେ ନ୍ୟୁଜ : ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା । ଆସନ୍ତାକାଲି ଅବପାତ ସୃଷ୍ଟି ହେବା ପରେ ୨୫ରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ୨୬ ସକାଳ ବେଳକୁ ଏହା ବାତ୍ୟାର ରୂପ ନେଇପାରେ ।…

    ବଙ୍ଗୋପସାଗରରେ ଭୀଷଣ ବାତ୍ୟା ଆଶଙ୍କା, ଓଡ଼ିଶା ପାଇଁ ବଢ଼ିଲା ଚିନ୍ତା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଆସୁଛି ବାତ୍ୟା ! ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ପାଣିପାଗ ବିଶେଷଜ୍ଞ ମାନେ କହିଛନ୍ତି । ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ…

    Leave a Reply

    Your email address will not be published. Required fields are marked *

    You Missed

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ