ରାମ ମନ୍ଦିର ଟ୍ରଷ୍ଟରେ ନୂଆ ଦାୟିତ୍ୱ! CEO ହେଲେ ଅବସରପ୍ରାପ୍ତ ଏୟାର ମାର୍ଶାଲ୍

Spread the love

ଜେଏମଜେ ବ୍ୟୁରୋ : ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ CEO ହେଲେ ଅବସରପ୍ରାପ୍ତ ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ରା । ଅଯୋଧ୍ୟା ରାମ ମନ୍ଦିରର ପରିଚାଳନାକୁ ଆହୁରି ସୁସଂଗଠିତ ଓ ପାରଦର୍ଶୀ କରିବା ଦିଗରେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା CEO ଭାବେ ଅବସରପ୍ରାପ୍ତ ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି ।ଏହା ସହ ଟ୍ରଷ୍ଟର ପରିଚାଳନା ବ୍ୟବସ୍ଥାରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି ।

ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ CEOଙ୍କ ଦାୟିତ୍ୱ ଓ ଅଧିକାରକୁ ନେଇ ନୂଆ ନିୟମ ଉପରେ ଆଲୋଚନା ହୋଇଛି । CEO ମନ୍ଦିର ଟ୍ରଷ୍ଟର ପ୍ରଶାସନିକ, ଆର୍ଥିକ ଓ ଆଇନଗତ କାର୍ଯ୍ୟର ତଦାରଖ କରିବେ । ଏଥିସହ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବା, ପରିଚାଳନାରେ ନୂଆ ବ୍ୟବସ୍ଥା ଲାଗୁ କରିବା ଏବଂ ଟ୍ରଷ୍ଟର ନିୟମାବଳୀ ପାଳନ ସୁନିଶ୍ଚିତ କରିବା ମଧ୍ୟ ତାଙ୍କ ଦାୟିତ୍ୱ ରହିବ ।ଏହାସହ ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ପାଇଁ ଏକ ସ୍ଥାୟୀ Local Security Coordination Committee ଗଠନ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଛି । ଟ୍ରଷ୍ଟ ପାଇଁ ଜଣେ ଅଧିକାରିକ ପ୍ରେସ୍ ପ୍ରବକ୍ତା ନିଯୁକ୍ତି ନେଇ ମଧ୍ୟ ପଦକ୍ଷେପ ନିଆଯିବ । ଅନ୍ୟପଟେ, ମନ୍ଦିରକୁ ଆସୁଥିବା ଦାନ ଓ ଅର୍ପଣକୁ ନେଇ ଉଠିଥିବା ଅଭିଯୋଗର SIT ତଦନ୍ତ ଏବଂ ସୁପ୍ରିମକୋର୍ଟରେ ଚାଲିଥିବା ପ୍ରକ୍ରିୟାର ସ୍ଥିତି ମଧ୍ୟ ସମୀକ୍ଷା କରାଯିବ ।

  • jmjnewso

    Related Posts

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ହୋଇଛି। ଏହି ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁରୁଖୁରୁରେ ସମ୍ପାଦନ କରିବା ଲକ୍ଷ୍ୟରେ ନୂତନ…

    ଭତ୍ତା ପାଇଁ ରାସ୍ତାରେ ବୃଦ୍ଧବୃଦ୍ଧା, ବର୍ଷାରେ ଭିଜିଲେ, ବାହୁନି କାନ୍ଦିଲେ

    Spread the love

    Spread the loveଜେଏମଜେ ବ୍ୟୁରୋ : ଭତ୍ତା ପାଇଁ ରାସ୍ତାରେ ବୃଦ୍ଧବୃଦ୍ଧା। ବର୍ଷାରେ ଭିଜିଲେ, ଲୁହ ନିଗାଡ଼ିଲେ। ବିଶ୍ରାମ କରିବା ସମୟରେ ବିକ୍ଷୋଭ କରୁଛନ୍ତି। ଢୁ ଢୁ ବର୍ଷାରେ ଭତ୍ତା କେଇ ଟଙ୍କା ପାଇଁ ଭିଜୁଛନ୍ତି ଶହ ଶହ ବୟସ୍କ। ବୟସର…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    • By jmjnewso
    • September 11, 2026
    • 16 views
    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ  ପ୍ରସ୍ତୁତି

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    • By jmjnewso
    • September 11, 2026
    • 38 views
    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    • By jmjnewso
    • September 11, 2026
    • 26 views
    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    • By jmjnewso
    • September 11, 2026
    • 45 views
    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    • By jmjnewso
    • September 11, 2026
    • 32 views
    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    • By jmjnewso
    • September 11, 2026
    • 52 views
    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା