କେନ୍ଦ୍ର କ୍ୟାବିନେଟ୍ ବଡ଼ ନିଷ୍ପତ୍ତି: ୫ ରାଜ୍ୟରେ ୭ଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ

Spread the love

ଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତୀୟ ରେଳବାଇର ଆଧୁନିକୀକରଣ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ଦେଶର ୭ଟି ହାଇ-ଡେନ୍ସିଟି ରେଳ କୋରିଡୋରକୁ ଫୋର୍-ଲେନ୍ (ଚାରି ଟ୍ରାକ୍) କରିବା ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।ଏହି ଯୋଜନା ଅଧୀନରେ ମୁମ୍ବାଇ-ହାଓ୍ୱଡ଼ା ରୁଟ୍‌ର ଖଡ଼ଗପୁରରୁ ଝାରସୁଗୁଡ଼ା ମଧ୍ୟରେ ୩୬୭ କିଲୋମିଟର ଦୀର୍ଘ ୪ର୍ଥ ରେଳ ଲାଇନ୍ ନିର୍ମାଣ କରାଯିବ, ଯାହା ପାଇଁ ୬,୫୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଅରକୋନମ୍‌ରୁ ରେଣିଗୁଣ୍ଟା ପର୍ଯ୍ୟନ୍ତ ୭୭ କିଲୋମିଟର ଦୀର୍ଘ ୩ୟ ଓ ୪ର୍ଥ ଲାଇନ୍ ପାଇଁ ୧,୯୩୬ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହି ସମସ୍ତ ପ୍ରକଳ୍ପ ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ୫ଟି ରାଜ୍ୟର ୧୪ଟି ଜିଲ୍ଲାରେ ୬୫୬ କିଲୋମିଟର ନୂଆ ରେଳ ନେଟୱାର୍କ ଯୋଡ଼ିହେବ। ଏହାଦ୍ୱାରା ୪,୭୯୦ଟି ଗ୍ରାମର ପ୍ରାୟ ୫୬ ଲକ୍ଷ ଲୋକ ସିଧାସଳଖ ଉପକୃତ ହେବେ। ଏହା ସହିତ ସ୍ଥାନୀୟ ଅଞ୍ଚଳରେ ରୋଜଗାର ଓ ସ୍ୱରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ।ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତାକୁ ଯୋଡ଼ୁଥିବା ‘ଗୋଲ୍ଡେନ୍ କ୍ୱାଡ୍ରିଲେଟରାଲ୍’ ଏବଂ ଅନ୍ୟାନ୍ୟ ପ୍ରମୁଖ ରୁଟ୍‌ର ୧୧,୦୦୦ କିଲୋମିଟର ନେଟୱାର୍କ ମଧ୍ୟରୁ ପ୍ରାୟ ୨,୦୦୦ କିଲୋମିଟର କାମ ଶେଷ ହୋଇସାରିଛି, ୫,୦୦୦ କିଲୋମିଟର କାର୍ଯ୍ୟ ଚାଲିଛି ଏବଂ ବାକି ୪,୦୦୦ କିଲୋମିଟର ପାଇଁ ଡିପିଆର୍ ପ୍ରସ୍ତୁତ ହେଉଛି।

ଏହି ବିକାଶ ଫଳରେ ଝାରସୁଗୁଡ଼ାର ଜଗନ୍ନାଥ ମନ୍ଦିର, ଗଞ୍ଜାମର ତାରାତାରିଣୀ ମନ୍ଦିର, ବାନ୍ଧବଗଡ଼ ଟାଇଗର ରିଜର୍ଭ, ଅମରକଣ୍ଟକ, ଆଚାନକମାର ଟାଇଗର ରିଜର୍ଭ ଏବଂ ରତନପୁର ମହାମାୟା ମନ୍ଦିର ଭଳି ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଯାତାୟାତ ପୂର୍ବପେକ୍ଷା ଆହୁରି ସହଜ ହୋଇପାରିବ।

  • jmjnewso

    Related Posts

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ହୋଇଛି। ଏହି ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁରୁଖୁରୁରେ ସମ୍ପାଦନ କରିବା ଲକ୍ଷ୍ୟରେ ନୂତନ…

    ଭତ୍ତା ପାଇଁ ରାସ୍ତାରେ ବୃଦ୍ଧବୃଦ୍ଧା, ବର୍ଷାରେ ଭିଜିଲେ, ବାହୁନି କାନ୍ଦିଲେ

    Spread the love

    Spread the loveଜେଏମଜେ ବ୍ୟୁରୋ : ଭତ୍ତା ପାଇଁ ରାସ୍ତାରେ ବୃଦ୍ଧବୃଦ୍ଧା। ବର୍ଷାରେ ଭିଜିଲେ, ଲୁହ ନିଗାଡ଼ିଲେ। ବିଶ୍ରାମ କରିବା ସମୟରେ ବିକ୍ଷୋଭ କରୁଛନ୍ତି। ଢୁ ଢୁ ବର୍ଷାରେ ଭତ୍ତା କେଇ ଟଙ୍କା ପାଇଁ ଭିଜୁଛନ୍ତି ଶହ ଶହ ବୟସ୍କ। ବୟସର…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    • By jmjnewso
    • September 11, 2026
    • 16 views
    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ  ପ୍ରସ୍ତୁତି

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    • By jmjnewso
    • September 11, 2026
    • 38 views
    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    • By jmjnewso
    • September 11, 2026
    • 26 views
    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    • By jmjnewso
    • September 11, 2026
    • 45 views
    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    • By jmjnewso
    • September 11, 2026
    • 32 views
    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    • By jmjnewso
    • September 11, 2026
    • 52 views
    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା