କେନ୍ଦ୍ର କ୍ୟାବିନେଟ୍ ବଡ଼ ନିଷ୍ପତ୍ତି: ୫ ରାଜ୍ୟରେ ୭ଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ

Spread the love

ଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତୀୟ ରେଳବାଇର ଆଧୁନିକୀକରଣ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ଦେଶର ୭ଟି ହାଇ-ଡେନ୍ସିଟି ରେଳ କୋରିଡୋରକୁ ଫୋର୍-ଲେନ୍ (ଚାରି ଟ୍ରାକ୍) କରିବା ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।ଏହି ଯୋଜନା ଅଧୀନରେ ମୁମ୍ବାଇ-ହାଓ୍ୱଡ଼ା ରୁଟ୍‌ର ଖଡ଼ଗପୁରରୁ ଝାରସୁଗୁଡ଼ା ମଧ୍ୟରେ ୩୬୭ କିଲୋମିଟର ଦୀର୍ଘ ୪ର୍ଥ ରେଳ ଲାଇନ୍ ନିର୍ମାଣ କରାଯିବ, ଯାହା ପାଇଁ ୬,୫୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଅରକୋନମ୍‌ରୁ ରେଣିଗୁଣ୍ଟା ପର୍ଯ୍ୟନ୍ତ ୭୭ କିଲୋମିଟର ଦୀର୍ଘ ୩ୟ ଓ ୪ର୍ଥ ଲାଇନ୍ ପାଇଁ ୧,୯୩୬ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହି ସମସ୍ତ ପ୍ରକଳ୍ପ ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ୫ଟି ରାଜ୍ୟର ୧୪ଟି ଜିଲ୍ଲାରେ ୬୫୬ କିଲୋମିଟର ନୂଆ ରେଳ ନେଟୱାର୍କ ଯୋଡ଼ିହେବ। ଏହାଦ୍ୱାରା ୪,୭୯୦ଟି ଗ୍ରାମର ପ୍ରାୟ ୫୬ ଲକ୍ଷ ଲୋକ ସିଧାସଳଖ ଉପକୃତ ହେବେ। ଏହା ସହିତ ସ୍ଥାନୀୟ ଅଞ୍ଚଳରେ ରୋଜଗାର ଓ ସ୍ୱରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ।ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତାକୁ ଯୋଡ଼ୁଥିବା ‘ଗୋଲ୍ଡେନ୍ କ୍ୱାଡ୍ରିଲେଟରାଲ୍’ ଏବଂ ଅନ୍ୟାନ୍ୟ ପ୍ରମୁଖ ରୁଟ୍‌ର ୧୧,୦୦୦ କିଲୋମିଟର ନେଟୱାର୍କ ମଧ୍ୟରୁ ପ୍ରାୟ ୨,୦୦୦ କିଲୋମିଟର କାମ ଶେଷ ହୋଇସାରିଛି, ୫,୦୦୦ କିଲୋମିଟର କାର୍ଯ୍ୟ ଚାଲିଛି ଏବଂ ବାକି ୪,୦୦୦ କିଲୋମିଟର ପାଇଁ ଡିପିଆର୍ ପ୍ରସ୍ତୁତ ହେଉଛି।

ଏହି ବିକାଶ ଫଳରେ ଝାରସୁଗୁଡ଼ାର ଜଗନ୍ନାଥ ମନ୍ଦିର, ଗଞ୍ଜାମର ତାରାତାରିଣୀ ମନ୍ଦିର, ବାନ୍ଧବଗଡ଼ ଟାଇଗର ରିଜର୍ଭ, ଅମରକଣ୍ଟକ, ଆଚାନକମାର ଟାଇଗର ରିଜର୍ଭ ଏବଂ ରତନପୁର ମହାମାୟା ମନ୍ଦିର ଭଳି ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଯାତାୟାତ ପୂର୍ବପେକ୍ଷା ଆହୁରି ସହଜ ହୋଇପାରିବ।

  • jmjnewso

    Related Posts

    ଓଡ଼ିଶାକୁ ବାତ୍ୟା ଭୟ ! ୨୬ରୁ ବଢ଼ିବ ବର୍ଷା: ବିଭିନ୍ନ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

    Spread the love

    Spread the loveଜେଏମଜେ ନ୍ୟୁଜ : ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା । ଆସନ୍ତାକାଲି ଅବପାତ ସୃଷ୍ଟି ହେବା ପରେ ୨୫ରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ୨୬ ସକାଳ ବେଳକୁ ଏହା ବାତ୍ୟାର ରୂପ ନେଇପାରେ ।…

    ବଙ୍ଗୋପସାଗରରେ ଭୀଷଣ ବାତ୍ୟା ଆଶଙ୍କା, ଓଡ଼ିଶା ପାଇଁ ବଢ଼ିଲା ଚିନ୍ତା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଆସୁଛି ବାତ୍ୟା ! ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ପାଣିପାଗ ବିଶେଷଜ୍ଞ ମାନେ କହିଛନ୍ତି । ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ