ମୋଦୀ କ୍ୟାବିନେଟ୍‌ରେ ବଡ଼ ଅଦଳବଦଳ ଚର୍ଚ୍ଚା! ଦୀପାବଳି ପୂର୍ବରୁ ହୋଇପାରେ ବଡ଼ ଘୋଷଣା!

Spread the love

ନୂଆଦିଲ୍ଲୀ : ଜେଏମଜେ ନ୍ୟୁଜ : କେନ୍ଦ୍ରରେ ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳରେ ହୋଇପାରେ ବଡ଼ ଅଦଳବଦଳ! ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ବିଭିନ୍ନ ମନ୍ତ୍ରଣାଳୟର କାମକୁ ନେଇ ଚାଲିଛି ପ୍ରସ୍ତୁତି। ଏଥିପାଇଁ ଆସନ୍ତା ଅକ୍ଟୋବର ୨୭ ତାରିଖରେ କ୍ୟାବିନେଟ୍‌ ସଚିବ ସମସ୍ତ ମନ୍ତ୍ରଣାଳୟର ସଚିବଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ଏହି ବୈଠକରେ ମନ୍ତ୍ରଣାଳୟଗୁଡ଼ିକର କାର୍ଯ୍ୟର ସମୀକ୍ଷା କରାଯାଇ ରିପୋର୍ଟ ପ୍ରସ୍ତୁତ ହେବ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯିବ ବୋଲି ରିପୋର୍ଟରେ କୁହାଯାଇଛି।

ସୂଚନା ଅନୁସାରେ, ସମସ୍ତ ମନ୍ତ୍ରଣାଳୟକୁ ନିଜ ନିଜ ବିଭାଗର ଯୋଜନା, ଯୋଜନାର ଅଗ୍ରଗତି, ଲୋକଙ୍କୁ ମିଳୁଥିବା ଲାଭ ଏବଂ ଆଗାମୀ ଦିନର କାର୍ଯ୍ୟଯୋଜନା ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ଅକ୍ଟୋବର ୨୭ର ବୈଠକରେ ପ୍ରତ୍ୟେକ ମନ୍ତ୍ରଣାଳୟର କାର୍ଯ୍ୟକୁ ପୃଥକ୍‌ ଭାବେ ସମୀକ୍ଷା କରାଯିବ। ଏହି ସମୀକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ‘ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌’ ଅର୍ଥାତ୍‌ ବ୍ୟବସାୟ କରିବାକୁ ସହଜ କରିବା ଏବଂ ‘ଇଜ୍‌ ଅଫ୍‌ ଲିଭିଂ’ ଅର୍ଥାତ୍‌ ସାଧାରଣ ଲୋକଙ୍କ ଜୀବନକୁ ସରଳ କରିବା। ଏହି ରିପୋର୍ଟ ଆଧାରରେ ସରକାର ବଡ଼ ନୀତିଗତ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ସରକାରୀ ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ସେ ଜନସାଧାରଣଙ୍କ ବିଶ୍ୱାସକୁ ନିଜର ମୁଖ୍ୟ ଶକ୍ତି ବୋଲି ଉଲ୍ଲେଖ କରିବା ସହ ସଂସ୍କାରମୂଳକ ପଦକ୍ଷେପ ଜାରି ରଖିବାକୁ ଆଶ୍ୱାସନ ଦେଇଥିଲେ। ରିପୋର୍ଟ ଅନୁସାରେ, ଏହା ପୂର୍ବରୁ ଦୁଇଟି ମନ୍ଥନ ଶିବିରରେ ପ୍ରଧାନମନ୍ତ୍ରୀ ନିଜେ ମନ୍ତ୍ରୀମାନଙ୍କ କାର୍ଯ୍ୟର ସମୀକ୍ଷା କରିଥିଲେ। ଏବେ କ୍ୟାବିନେଟ୍‌ ସଚିବଙ୍କ ରିପୋର୍ଟ ମାଧ୍ୟମରେ ବିଭାଗୱାରୀ କାର୍ଯ୍ୟଦକ୍ଷତାର ଚୂଡ଼ାନ୍ତ ମୂଲ୍ୟାଙ୍କନ କରାଯିବାର ସମ୍ଭାବନା ରହିଛି।

ମୋଦୀ ସରକାରଙ୍କ ତୃତୀୟ ପାଳିରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସହ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଦୀପାବଳି ପୂର୍ବରୁ ଏନେଇ ଘୋଷଣା ହେବାର ସମ୍ଭାବନା ଥିବା କିଛି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ଅନ୍ୟପଟେ, କେନ୍ଦ୍ର ମନ୍ତ୍ରିପରିଷଦର କିଛି ପଦ ଖାଲି ଥିବା ନେଇ ମଧ୍ୟ ଆଲୋଚନା ହେଉଛି। ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ଙ୍କ ପଦ ଓ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେବା କଥାକୁ ମଧ୍ୟ ଏହି ଚର୍ଚ୍ଚା ସହ ଯୋଡ଼ାଯାଉଛି।

କିଛି ମନ୍ତ୍ରୀଙ୍କ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ଅସନ୍ତୁଷ୍ଟ ଥିବା ଏବଂ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ, ନୂଆ ସାଂସଦଙ୍କୁ ମଧ୍ୟ ମନ୍ତ୍ରୀ ହେବାର ସୁଯୋଗ ମିଳିପାରେ ବୋଲି ଆଲୋଚନା ଚାଲିଛି। ତେବେ କେଉଁ ମନ୍ତ୍ରୀଙ୍କ ଦାୟିତ୍ୱ ବଦଳିବ, କାହାକୁ ନୂଆ ଦାୟିତ୍ୱ ମିଳିବ ଏବଂ ମନ୍ତ୍ରିମଣ୍ଡଳରେ ପ୍ରକୃତରେ ଅଦଳବଦଳ ହେବ କି ନାହିଁ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ଅକ୍ଟୋବର ୨୭ର ବୈଠକ ଓ ଏହାର ରିପୋର୍ଟ ପରେ ହିଁ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରେ।ବଡ଼ ପ୍ରଶ୍ନ ହେଉଛି, ଦୀପାବଳି ପୂର୍ବରୁ ମୋଦୀ କ୍ୟାବିନେଟ୍‌ରେ ହେବ କି ବଡ଼ ଫେରବଦଳ, ନା ରିପୋର୍ଟ ଆଧାରରେ ଆସିବ ନୂଆ ନୀତିଗତ ନିଷ୍ପତ୍ତି? ଏବେ ସମସ୍ତଙ୍କ ନଜର ଅକ୍ଟୋବର ୨୭ର ବୈଠକ ଉପରେ।

  • jmjnewso

    Related Posts

    ଓଡ଼ିଶାକୁ ବାତ୍ୟା ଭୟ ! ୨୬ରୁ ବଢ଼ିବ ବର୍ଷା: ବିଭିନ୍ନ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

    Spread the love

    Spread the loveଜେଏମଜେ ନ୍ୟୁଜ : ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା । ଆସନ୍ତାକାଲି ଅବପାତ ସୃଷ୍ଟି ହେବା ପରେ ୨୫ରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ୨୬ ସକାଳ ବେଳକୁ ଏହା ବାତ୍ୟାର ରୂପ ନେଇପାରେ ।…

    ବଙ୍ଗୋପସାଗରରେ ଭୀଷଣ ବାତ୍ୟା ଆଶଙ୍କା, ଓଡ଼ିଶା ପାଇଁ ବଢ଼ିଲା ଚିନ୍ତା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଆସୁଛି ବାତ୍ୟା ! ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ପାଣିପାଗ ବିଶେଷଜ୍ଞ ମାନେ କହିଛନ୍ତି । ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ…

    Leave a Reply

    Your email address will not be published. Required fields are marked *

    You Missed

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି