ଏଆଇ ଅପବ୍ୟବହାର ଉପରେ ରୋକ୍, ସମସ୍ତ ଟିଭି ଚ୍ୟାନେଲକୁ ନିର୍ଦ୍ଦେଶ

Spread the love

ଜେଏମଜେ ବ୍ୟୁରୋ : ଟିଭି ଚ୍ୟାନେଲ୍‌ଙ୍କୁ କେନ୍ଦ୍ରର ଚେତାବନୀ। ଏଆଇ ଅପବ୍ୟବହାର ରୋକ। ଦେଶର ସମସ୍ତ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶନାମା ଜାରି କରାଯାଇଛି। ଟିଭି ଚ୍ୟାନେଲ୍‌ଗୁଡ଼ିକୁ ‘ପ୍ରୋଗ୍ରାମ୍ କୋଡ୍’ କଡ଼ାକଡ଼ି ପାଳନ କରିବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି।

ଚ୍ୟାନେଲ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ଦାୟିତ୍ୱବାନ ଭାବେ ଖବର ପରିବେଷଣ କରିବାକୁ କୁହାଯିବା ସହ ଆତଙ୍କବାଦ ବିରୋଧୀ ଅଭିଯାନର ସିଧାପ୍ରସାରଣ (ଲାଇଭ୍ କଭରେଜ୍) ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ହିଂସାତ୍ମକ ଦୃଶ୍ୟ ପ୍ରଦର୍ଶନ ଉପରେ କଟକଣା, ଯୌନ ନିର୍ୟାତନାର ଶିକାର ହୋଇଥିବା ପୀଡ଼ିତାଙ୍କ ପରିଚୟ ସୁରକ୍ଷିତ ରଖିବା ଏବଂ ଭାରତର କେବଳ ପ୍ରାମାଣିକ ମାନଚିତ୍ର ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି। ବିତର୍କ କାର୍ୟ୍ୟକ୍ରମ ତଥା ଲାଇଭ୍ ଡିବେଟ୍ ଏବଂ ପ୍ୟାନେଲ୍ ଆଲୋଚନା ସମୟରେ ସାମ୍ପ୍ରଦାୟିକ ସଦ୍‌ଭାବନା ରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ମନ୍ତ୍ରଣାଳୟ ପ୍ରକାଶ କରିଛି। ଚ୍ୟାନେଲ୍‌ଗୁଡ଼ିକ ନିଶ୍ଚିତ କରିବା ଉଚିତ ଯେ ସେମାନଙ୍କ କାର୍ୟ୍ୟକ୍ରମ ଦ୍ୱାରା ଯେପରି ସାମ୍ପ୍ରଦାୟିକ ଉତ୍ତେଜନା କିମ୍ବା ଦେଶବିରୋଧୀ ମନୋଭାବ ପ୍ରୋତ୍ସାହିତ ନହୁଏ। ଏହା ସହିତ କାର୍ୟ୍ୟକ୍ରମ, ଗ୍ରାଫିକ୍ସ ଏବଂ ଭର୍ଚୁଆଲ୍ ସମ୍ବାଦ ପରିବେଷଣ ସମୟରେ ଏଆଇ ଏବଂ ‘ଜେନେରେଟିଭ୍ ଏଆଇ’ ଉପକରଣର ବ୍ୟବହାର ବେଳେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପ୍ରସାରଣକାରୀଙ୍କୁ ପରାମର୍ଶ ଦିଆଯାଇଛି। ଖବରର ସଠିକତା, ପ୍ରାମାଣିକତା ଏବଂ ସମ୍ବେଦନଶୀଳତାକୁ କ୍ଷତି ନପହଞ୍ଚାଇ ଏଆଇ ଉପକରଣକୁ କେବଳ ସହାୟକ କ୍ଷମତାରେ ସୀମିତ ରଖାଯାଇପାରିବ। ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରସାରଣକାରୀ ସଂସ୍ଥାକୁ ସେମାନଙ୍କର ସମ୍ପାଦକୀୟ ଏବଂ କଣ୍ଟେଣ୍ଟ ରିଭ୍ୟୁ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

  • jmjnewso

    Related Posts

    ଓଡ଼ିଶାକୁ ବାତ୍ୟା ଭୟ ! ୨୬ରୁ ବଢ଼ିବ ବର୍ଷା: ବିଭିନ୍ନ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

    Spread the love

    Spread the loveଜେଏମଜେ ନ୍ୟୁଜ : ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା । ଆସନ୍ତାକାଲି ଅବପାତ ସୃଷ୍ଟି ହେବା ପରେ ୨୫ରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ୨୬ ସକାଳ ବେଳକୁ ଏହା ବାତ୍ୟାର ରୂପ ନେଇପାରେ ।…

    ବଙ୍ଗୋପସାଗରରେ ଭୀଷଣ ବାତ୍ୟା ଆଶଙ୍କା, ଓଡ଼ିଶା ପାଇଁ ବଢ଼ିଲା ଚିନ୍ତା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଆସୁଛି ବାତ୍ୟା ! ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ପାଣିପାଗ ବିଶେଷଜ୍ଞ ମାନେ କହିଛନ୍ତି । ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ