ସଫେଇ ନାଁରେ ୩.୫୦ ଲକ୍ଷ ଖର୍ଚ୍ଚ, ତଥାପି ଗାଁ ଗାଁରେ ଅଳିଆ ପାହାଡ଼ ! ନିଜେ ଅଣ୍ଟା ଭିଡ଼ିଲେ ହଂସତୂଳୀ ଗ୍ରାମବାସୀ ।

Spread the love


କୋଦଳା: ଜେଏମଜେ ନ୍ୟୁଜ : (କୃଷ୍ଣ ପଲେଇ ): ଗାଁର ସ୍ୱଚ୍ଛତା ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା, ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ତାଳସର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳୁଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଅର୍ଥ ଖର୍ଚ୍ଚ ହେଉଥିବା ସତ୍ତ୍ୱେ ପଞ୍ଚାୟତର ସଫେଇ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ, ପଞ୍ଚାୟତ ଉପରେ ନିର୍ଭର ନକରି ହଂସତୂଳୀ ଗ୍ରାମବାସୀ ନିଜ ଉଦ୍ୟମରେ ସଫେଇ କରିଛନ୍ତି। ଗୁରୁବାର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗାଁର ବିଭିନ୍ନ ସ୍ଥାନରେ ସଫେଇ କରାଯାଇଛି। ଗ୍ରାମବାସୀଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ମେରୀ ପଞ୍ଚାୟତ ଆପର ତଥ୍ୟ ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷରେ ସଫେଇ ବାବଦରେ ୨ ଲକ୍ଷ ୪୪ ହଜାର ୮୭୬ ଟଙ୍କା ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ୧ ଲକ୍ଷ ୫ ହଜାର ୮୩୨ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। ଦୁଇ ବର୍ଷରେ ମୋଟ ୩ ଲକ୍ଷ ୫୦ ହଜାର ୭୦୮ ଟଙ୍କା ଖର୍ଚ୍ଚ ଉଲ୍ଲେଖ ରହିଛି। ତେବେ ଏତେ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଜମା ହୋଇ ରହିବାକୁ ନେଇ ପଞ୍ଚାୟତର ସଫେଇ କାର୍ଯ୍ୟ ଉପରେ ପ୍ରଶ୍ନ ଉଠିଛି। ତାଳସର ପଞ୍ଚାୟତର ସମସ୍ତ ଗ୍ରାମରେ ନିୟମିତ ସଫେଇ କରିବା ଓ ଅଳିଆ ଆବର୍ଜନାର ସଠିକ୍ ପରିଚାଳନା ପାଇଁ ଦାବି ହୋଇଛି। ସଫେଇ ପାଇଁ ଯେତେବେଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଦର୍ଶାଯାଉଛି, ସେତେବେଳେ ଗାଁକୁ ସଫା ରଖିବା ପାଇଁ ଲୋକଙ୍କୁ ନିଜେ କାହିଁକି ଅଣ୍ଟା ଭିଡ଼ିବାକୁ ପଡ଼ୁଛି? ଏହାର ଉତ୍ତର ଏବେ ତାଳସର ପଞ୍ଚାୟତବାସୀ ଅପେକ୍ଷା କରିଛନ୍ତି।

  • jmjnewso

    Related Posts

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    Spread the love

    Spread the love ବ୍ରହ୍ମପୁର :ଜେଏମଜେ ନ୍ୟୁଜ : (ବିଭୁତି ଶତପଥୀ ): ତଳେ ପୋଖରୀର ଦୂଷିତ ଜଳ, ଆଉ ଉପରେ ମୃତ୍ୟୁର ଫାଶୀ ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଲାଠି ପଞ୍ଚାୟତ ବେନ୍ଦାଳିଆ ଗ୍ରାମର। ଏବେ…

    ହାଡ଼ିଗୁଡ଼ାରେ ବିଜେପିର ସାଂଗଠନିକ ବୈଠକ ଓ ମିଶ୍ରଣ ପର୍ବ

    Spread the love

    Spread the loveକାଶୀପୁର: ଜେଏମଜେ ନ୍ୟୁଜ (ସୁପ୍ରିୟା ଷଡ଼ଙ୍ଗୀ ): ରାୟଗଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାଶୀପୁର ବ୍ଲକ୍‌ର ଡଙ୍ଗାସିଲ୍ ମଣ୍ଡଳ ଅଧୀନସ୍ଥ ହାଡ଼ିଗୁଡ଼ାଠାରେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ସାଂଗଠନିକ ବୈଠକ ଓ ମିଶ୍ରଣ ପର୍ବ ଆୟୋଜିତ…

    Leave a Reply

    Your email address will not be published. Required fields are marked *

    You Missed

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି