ମନ୍ଥର ଗତିରେ ଶାଳିଆ ମେଗା ଜଳ ଯୋଗାଣ ପ୍ରକଳ୍ପ !

Spread the love

କୋଦଳା : ଜେଏମଜେ ନ୍ୟୁଜ (କୃଷ୍ଣ ପଲେଇ )- : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଶାଳିଆ ଡ୍ୟାମ ନିକଟରେ ନିର୍ମାଣାଧୀନ ମେଗା ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଅଭିଯୋଗ ହେଉଛି। ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାମ ଶେଷ ହୋଇନଥିବାରୁ ୫୯ଟି ଗ୍ରାମର ଲୋକେ କେବେ ପାଇବେ ବିଶୁଦ୍ଧ ପାନୀୟ ଜଳ, ତାହାକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ୧୧ଟି ବ୍ଲକରେ ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ ନିମନ୍ତେ ୧୭୮୧ କୋଟି ୬୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ପୂର୍ବ ସରକାରଙ୍କ ସମୟରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ଅଧୀନରେ ବେଗୁନିଆପଡ଼ା ବ୍ଲକର ୫୯ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରାୟ ୭୮ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ସୂଚନା ମିଳିଛି। କିନ୍ତୁ ଏତେ ଟଙ୍କାର ବ୍ୟୟବରାଦରେ ପ୍ରକଳ୍ପ ନିର୍ମାଣ ସତ୍ତ୍ୱେ ଏଯାଏଁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ଜଳ ଯୋଗାଣ ନେଇ ଅନିଶ୍ଚିତତା ଦେଖାଦେଇଛି। ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବର କାରଣ କ’ଣ ? ନିର୍ମାଣ କାମ କେବେ ସରିବ ଏବଂ କେଉଁ ତାରିଖରୁ ଲୋକଙ୍କୁ ଜଳ ଯୋଗାଣ ଆରମ୍ଭ ହେବ? ଏନେଇ ସମ୍ପୃକ୍ତ ବିଭାଗ ଓ ଠିକା ସଂସ୍ଥା ପକ୍ଷରୁ ସ୍ପଷ୍ଟ ହେବ। ଆବଶ୍ୟକ । ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ପାନୀୟ ଜଳ ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।

  • jmjnewso

    Related Posts

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    Spread the love

    Spread the love ବ୍ରହ୍ମପୁର :ଜେଏମଜେ ନ୍ୟୁଜ : (ବିଭୁତି ଶତପଥୀ ): ତଳେ ପୋଖରୀର ଦୂଷିତ ଜଳ, ଆଉ ଉପରେ ମୃତ୍ୟୁର ଫାଶୀ ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଲାଠି ପଞ୍ଚାୟତ ବେନ୍ଦାଳିଆ ଗ୍ରାମର। ଏବେ…

    ହାଡ଼ିଗୁଡ଼ାରେ ବିଜେପିର ସାଂଗଠନିକ ବୈଠକ ଓ ମିଶ୍ରଣ ପର୍ବ

    Spread the love

    Spread the loveକାଶୀପୁର: ଜେଏମଜେ ନ୍ୟୁଜ (ସୁପ୍ରିୟା ଷଡ଼ଙ୍ଗୀ ): ରାୟଗଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାଶୀପୁର ବ୍ଲକ୍‌ର ଡଙ୍ଗାସିଲ୍ ମଣ୍ଡଳ ଅଧୀନସ୍ଥ ହାଡ଼ିଗୁଡ଼ାଠାରେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ସାଂଗଠନିକ ବୈଠକ ଓ ମିଶ୍ରଣ ପର୍ବ ଆୟୋଜିତ…

    Leave a Reply

    Your email address will not be published. Required fields are marked *

    You Missed

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି