ଗଭୀର ଅବପାତର ରୂପ ନେଲା ଅବପାତ, ଲ୍ୟାଣ୍ଡଫଲ ବେଳେ ୧୨୫ ଛୁଇଁପାରେ ପବନର ବେଗ

Spread the love

ଭୁବନେଶ୍ୱର: ଜେଏମଜେ ନ୍ୟୁଜ : ବଙ୍ଗୋପସାଗରରେ ବଳ ଗୋଟାଇ ମାଡି ଆସୁଛି ବାତ୍ୟା। ଗଭୀର ଅବପାତରେ ପରିଣତ ହେଉଛି ଭୀଷଣ ବାତ୍ୟା। ଏହା ୨୮ ତାରିଖ ସକାଳେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟାଟି ଆନ୍ଧ୍ରପ୍ରଦେଶ ଉପକୂଳ ବାପଟ୍ଲା ଏବଂ ବିଶାଖାପଟନମ୍ ମଧ୍ୟରେ ଅତିକ୍ରମ କରିବା ନେଇ ଆଇଏମଡି ଆକଳନ କରିଛି।

ବଙ୍ଗୋପସାଗରରେ ଗଭୀର ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଏହା ସୋମବାର ସକାଳ ସୁଦ୍ଧା ଏକ ବାତ୍ୟାର ରୂପ ନେବାର ସମ୍ଭାବନୀ ରହିଛି। ଏହା ୨୭ ରୁ ୨୮ ତାରିଖ ମଧ୍ୟରେ ଏକ ଅଧିକ ଶକ୍ତିଶାଳୀ ଭୟଙ୍କର ବାତ୍ୟାର ରୂପ ନେଇପାରେ। ସମୁଦ୍ର ଅଶାନ୍ତ ରହିଥିବାରୁ ବର୍ତ୍ତମାନ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ରହିଥିବା ବେଳେ ଝଟକା ପବନ ବେଗ ୭୦ କିଲୋମିଟର ରହିଛି।

ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ ରୁ ୧୨୫ କିଲୋମିଟର ରହିବ। ଏପରିକି ୧୪୦ କିଲୋମିଟର ପର୍ଯ୍ୟନ୍ତ ଝଟକା ପବନ ହେବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ଓଡିଶାର ୫ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ, ରାୟଗଡ଼ା, ଗଜପତି, ମାଲକାନଗିରି ଏବଂ ଗଞ୍ଜାମ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୬୦ ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।

  • jmjnewso

    Related Posts

    ମାଡ଼ି ଆସୁଛି ବାତ୍ୟା: ଗୋପାଳପୁରରୁ ୫୮୦କି.ମି ଦୂରରେ ଅର୍ଣ୍ଣବ

    Spread the love

    Spread the loveଜେଏମଜେ ବ୍ୟୁରୋ : ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ଅର୍ଣ୍ଣବ’। ଆଜି ମଧ୍ୟରାତି ସୁଦ୍ଧା ବାତ୍ୟା ଭୀଷଣ ରୂପ ନେବ। ଆସନ୍ତାକାଲି ବାତ୍ୟା ଅତି ଭୀଷଣ ରୂପ ନେବାର ସମ୍ଭାବନା ରହିଛି। ଏଭଳିସ୍ଥିତିରେ ବାତ୍ୟା ଘଣ୍ଟା ପ୍ରତି ୧୫…

    ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ର ଆଖି

    Spread the love

    Spread the loveଜେଏମଜେ ବ୍ୟୁରୋ : ବାତ୍ୟା ଅର୍ଣ୍ଣବକୁ ନେଇ ବଡ ଖବର ।ବଙ୍ଗୋପସାଗରରେ ଶକ୍ତି ବଢ଼ାଉଛି ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’! ବାତ୍ୟା ଅର୍ଣ୍ଣବର ଆଖି ସୃଷ୍ଟି ହୋଇଥିବା ଜଣାପଡିଛି । ବାତ୍ୟା ଯେତେବେଳେ ଅଧିକ ଶକ୍ତିଶାଳୀ ହୁଏ, ଏହାର କେନ୍ଦ୍ରଭାଗରେ…

    Leave a Reply

    Your email address will not be published. Required fields are marked *

    You Missed

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି