କୋଟିଆରେ ଆନ୍ଧ୍ର ଓ ଓଡ଼ିଶା ମୁହାଁମୁହିଁ, ଫଳକ ଲଗାଇବାକୁ ନେଇ ଉତ୍ତେଜନା

Spread the love

କୋରାପୁଟ : ଜେଏମଜେ ନ୍ୟୁଜ : କୋଟିଆକୁ ନେଇ ଆନ୍ଧ୍ର ଓଡ଼ିଶା ବିବାଦ ଶୀର୍ଷରେ। କୋଟିଆରେ ପଂଚାୟତ ନିର୍ବାଚନ କରିବାକୁ ଆନ୍ଧ୍ର ଷଡ଼୍‌ଯନ୍ତ୍ର ଚଳାଇଛି। ନିର୍ବାଚନ ରୋକିବାକୁ ସୁପ୍ରିମକୋର୍ଟକୁ ଯିବା ସହ ଗ୍ରାଉଣ୍ଡରେ ଜଗିଛି ଓଡ଼ିଶା । ତଥାପି ଆନ୍ଧ୍ର ମାନୁନଥିବାରୁ ମୁହାଁମୁହିଁ ହୋଇଛନ୍ତି ଦୁଇ ରାଜ୍ୟର ପୁଲିସ୍। ନେତା ସୀମାନ୍ତ ଗାଁ ମୁହାଁ ହୋଇଛନ୍ତି।ସୃଷ୍ଟି ହୋଇଛି ଉତେଜନା।

କୋଟିଆରେ ନିର୍ବାଚନ କରିବାକୁ ଆନ୍ଧ୍ରର ଷଡ଼୍‌ଯନ୍ତ୍ର ପରେ ମୁହାଁମୁହିଁ ଦୁଇ ରାଜ୍ୟର ପୁଲିସ୍। ରାସ୍ତା ଉପରେ ଯୁକ୍ତିତର୍କ, କଥା କଟାକଟି। ଉତେଜନା ବଢ଼ୁଥିବା ସମୟରେ ପହଁଞ୍ଚିଥିଲେ କୋରାପୁଟ ବିଧାୟକ ଓ ବିଜେପିର ଏକ ପ୍ରତିନିଧି ଦଳ। ଆନ୍ଧ୍ର ପୁଲିସକୁ କଡା ଜବାବ ଦେଇଥିଲେ। ଓଡ଼ିଶା ସୀମା ବାହାରକୁ ଚାଲିଯିବାକୁ କହିଥିଲେ। କୌଣସି ପରିସ୍ଥିତିରେ ବି ନିର୍ବାଚନ କରାଇ ଦେବେନି ବୋଲି କହିଛନ୍ତି।

କୋଟିଆକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ପ୍ରତ୍ୟେକ ରାଜନୈତିକ ଦଳ ନିଜ ଦଳବଳ ସହ ଏବେ କୋଟିଆ ମୁହାଁ ହେଉଛନ୍ତି। ବିଜେଡି ପରେ କଂଗ୍ରେସ ୨୭ରେ ଯିବାକୁ ଘୋଷଣା କରିଛି। ଏଥିସହ ଓଡ଼ିଶାରୁ ଯାଇଥିବା ବିଜେପିର ୨୦ଜଣ ସାଂସଦ କାହିଁକି ମୁହଁ ଖୋଲୁନାହାନ୍ତି? ସେ ନେଇ ପ୍ରଶ୍ନ କରିଛନ୍ତି। ବିଜେଡି ବି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ସେପଟେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଜବାବ ଦେଇ ସୁରେଶ ପୂଜାରୀ କହିଛନ୍ତି କୋଟିଆ କୌଣସି ରାଜନୈତିକ ଦଳର ପ୍ରସଙ୍ଗ ନୁହେଁ, ବରଂ ଏହା ଓଡ଼ିଶାର ଅସ୍ମିତାର ପ୍ରତୀକ। ସମସ୍ତେ ଏକାଠି ଲଢ଼ିବାକୁ ପଦକ୍ଷେପ ନିଆଯାଇଛି। ଆଗକୁ କୋଟିଆ ବିବାଦ କେଉଁ ମୋଡ ନେଉଛି ତା ଉପରେ ରହିଛି ସାରାରାଜ୍ୟର ନଜର।


  • jmjnewso

    Related Posts

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    Spread the love

    Spread the loveଜେଏମଜେ ବ୍ୟୁରୋ : ବାତ୍ୟା ଅର୍ଣ୍ଣବକୁ ନେଇ ସଜାଗ ଗଞ୍ଜାମ ଜିଲ୍ଲା ପ୍ରଶାସନ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ବାତ୍ୟା ଆଶ୍ରୟସ୍ଥଳୀରେ କିଭଳି ରହିଛି ବ୍ୟବସ୍ଥା? ଜରୁରୀକାଳୀନ ପରିସ୍ଥିତିରେ…

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସ ହେଉଛି ପୁଣ୍ୟର ମାସ। ହବିଷ୍ୟାଳିମାନେ ସକାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ସଂକଳ୍ପ କରି…

    Leave a Reply

    Your email address will not be published. Required fields are marked *

    You Missed

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି