କୋଦଳା : ଜେଏମଜେ ନ୍ୟୁଜ :(କୃଷ୍ଣ ଚନ୍ଦ୍ର ପଲେଇ ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମଧୁରଝୋଳି ଗାଁର ବହୁଚର୍ଚ୍ଚିତ ମହିଳା ହତ୍ୟାକାଣ୍ଡ ମାମଲାରେ ଆସିଛି କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ସାକ୍ଷୀ ଓ ପ୍ରମାଣ ଅଭାବରୁ ୪୫ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋଦଳା ଅତିରିକ୍ତ ଜିଲ୍ଲା ଦୌରାଜଜ। ଖଲାସ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ଅଛନ୍ତି।
-ସୂଚନାଯୋଗ୍ୟ ଯେ, ଗତ ୨୦୨୨ ଅକ୍ଟୋବର ମାସରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ଘରେ ପଶି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ମୃତକଙ୍କ ସ୍ୱାମୀ କବିସୂର୍ଯ୍ୟନଗର ଥାନାରେ ଦେଇଥିବା ଏତଲା ଆଧାରରେ ପୋଲିସ ୪୯ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା।
-ତେବେ ଏହି ୪୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ବର୍ତ୍ତମାନ ୩ ଜଣ ଜେଲରେ ଥିବା ବେଳେ ଜଣେ ଫେରାର ଅଛନ୍ତି। ଆଜି କୋଦଳା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମାମଲାର ବିଚାର କରି ପର୍ଯ୍ୟାପ୍ତ ସାକ୍ଷୀ ଓ ପ୍ରମାଣ ଅଭାବରୁ ବାକି ୪୫ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।






