୫୮୨ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ

Spread the love

ପୋଲସରା : ଜେଏମଜେ ନ୍ୟୁଜ : ପୋଲସରା ଥାନା ଅନ୍ତର୍ଗତ ମାରଦା ମନ୍ଦିର ନିକଟ ପୋଲସରା–ବୁଢ଼ାମ୍ବ ରାସ୍ତାରୁ ଗଞ୍ଜେଇ ଭର୍ତ୍ତି ଏକ ପିକ୍‌ଅପ୍‌ ଗାଡ଼ିକୁ ପୁଲିସ ଜବତ କରିଛି । ତେବେ ଗାଡ଼ିରେ ଥିବା ୨ ଜଣ ଯୁବକ ପୁଲିସକୁ ଦେଖି ନିକଟସ୍ଥ କାଜୁ ଜଙ୍ଗଲକୁ ଦୌଡ଼ି ପଳାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ କାବୁ କରି ଗିରଫ କରିବାରେ ସକ୍ଷମ ହୋଇଛି ପୋଲସରା ଥାନା ପୁଲିସ । ଗିରଫ ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଚିତ୍ର ଷଣ୍ଢ (୨୭)। ପୋଲିସ ସମ୍ପୃକ୍ତ ପିକଅପ ଭ୍ୟାନକୁ ଯାଞ୍ଚ ବେଳେ ବିପୁଳ ପରିମାଣର ଗଂଜେଇ ମିଳିଥିଲା । ଜବତ ଗଞ୍ଜେଇର ପରିମାଣ ୫୮୨ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ ପୋଲସରା ବୁଢ଼ାମ୍ବ ରାସ୍ତାର ମାରଦା ନିକଟରେ ଗୁରୁବାର ସକାଳ ସମୟରେ ଯାନବାହାନ ଯାଞ୍ଚ ଚାଲିଥିବା ବେଳେ ଏକ ପିକ୍‌ଅପ୍‌ ଗାଡ଼ିକୁ ଦେଖି ସନ୍ଦେହ କରିଥିଲେ । ଏହି ସମୟରେ ଗାଡ଼ିରେ ଥିବା ୨ ଜଣ ଯୁବକ ସୁଯୋଗ ନେଇ ନିକଟସ୍ଥ କାଜୁ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ । ଖବର ପାଇ ପୁରୁଷୋତ୍ତମପୁର ଉପଖଣ୍ଡ ପୋଲିସ ଅଧିକାରୀ ସୁଜିତ କୁମାର ନାୟକ, ପୋଲସରା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ କରିଥିଲା । ଭାରପ୍ରାପ୍ତ ମାଜିଷ୍ଟ୍ରେଟ ରମେଶ ଚନ୍ଦ୍ର ମଲ୍ଲିକଙ୍କ ଉପସ୍ଥିତିରେ ଜବତ ଗଂଜେଇକୁ ଚିହ୍ନଟ କରାଯିବା ସହ ଓଜନ କରାଯାଇଥିଲା । ଏନେଇ ପୋଲସରା ଥାନାରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଫୁଲବାଣୀରୁ ପୋଲସରା ଦେଇ ବାହାର ରାଜ୍ୟକୁ ଗଂଜେଇ ଚାଲାଣ ହେଉଥିବା ନେଇ ପୁରୁଷୋତ୍ତମପୁର ଏସ ଡି ପି ଓ ସୁଜିତ କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

  • jmjnewso

    Related Posts

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    Spread the love

    Spread the loveବୁଗୁଡ଼ା,୨୬/୧୦ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ):ପାର୍ବଣ ଋତୁରେ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ ରହିଥିବାବେଳେ ବୁଗୁଡ଼ା ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ଜୋରଦାର କରାଯାଇଛି। ଏହି କ୍ରମରେ ବୁଗୁଡ଼ା ଅବକାରୀ…

    ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୧୫ ଅଟକ୫୦ ହଜାର ୭୨୦ ଟଙ୍କା ନଗଦ ସହ ୯ଟି ମୋବାଇଲ୍, ୪ଟି ବାଇକ୍ ଜବତ

    Spread the love

    Spread the loveବ୍ରହ୍ମପୁର: ଜେଏମଜେ ନ୍ୟୁଜ (ତପେନ୍ଦ୍ର ଡାକୁଆ ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବଡ଼ବଜାର ଥାନା ଅନ୍ତର୍ଗତ ରାଜା ସାହି ଛକ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୧୫ ଜଣଙ୍କୁ ଅଟକ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ