୫୮୨ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ

Spread the love

ପୋଲସରା : ଜେଏମଜେ ନ୍ୟୁଜ : ପୋଲସରା ଥାନା ଅନ୍ତର୍ଗତ ମାରଦା ମନ୍ଦିର ନିକଟ ପୋଲସରା–ବୁଢ଼ାମ୍ବ ରାସ୍ତାରୁ ଗଞ୍ଜେଇ ଭର୍ତ୍ତି ଏକ ପିକ୍‌ଅପ୍‌ ଗାଡ଼ିକୁ ପୁଲିସ ଜବତ କରିଛି । ତେବେ ଗାଡ଼ିରେ ଥିବା ୨ ଜଣ ଯୁବକ ପୁଲିସକୁ ଦେଖି ନିକଟସ୍ଥ କାଜୁ ଜଙ୍ଗଲକୁ ଦୌଡ଼ି ପଳାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ କାବୁ କରି ଗିରଫ କରିବାରେ ସକ୍ଷମ ହୋଇଛି ପୋଲସରା ଥାନା ପୁଲିସ । ଗିରଫ ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଚିତ୍ର ଷଣ୍ଢ (୨୭)। ପୋଲିସ ସମ୍ପୃକ୍ତ ପିକଅପ ଭ୍ୟାନକୁ ଯାଞ୍ଚ ବେଳେ ବିପୁଳ ପରିମାଣର ଗଂଜେଇ ମିଳିଥିଲା । ଜବତ ଗଞ୍ଜେଇର ପରିମାଣ ୫୮୨ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ ପୋଲସରା ବୁଢ଼ାମ୍ବ ରାସ୍ତାର ମାରଦା ନିକଟରେ ଗୁରୁବାର ସକାଳ ସମୟରେ ଯାନବାହାନ ଯାଞ୍ଚ ଚାଲିଥିବା ବେଳେ ଏକ ପିକ୍‌ଅପ୍‌ ଗାଡ଼ିକୁ ଦେଖି ସନ୍ଦେହ କରିଥିଲେ । ଏହି ସମୟରେ ଗାଡ଼ିରେ ଥିବା ୨ ଜଣ ଯୁବକ ସୁଯୋଗ ନେଇ ନିକଟସ୍ଥ କାଜୁ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ । ଖବର ପାଇ ପୁରୁଷୋତ୍ତମପୁର ଉପଖଣ୍ଡ ପୋଲିସ ଅଧିକାରୀ ସୁଜିତ କୁମାର ନାୟକ, ପୋଲସରା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ କରିଥିଲା । ଭାରପ୍ରାପ୍ତ ମାଜିଷ୍ଟ୍ରେଟ ରମେଶ ଚନ୍ଦ୍ର ମଲ୍ଲିକଙ୍କ ଉପସ୍ଥିତିରେ ଜବତ ଗଂଜେଇକୁ ଚିହ୍ନଟ କରାଯିବା ସହ ଓଜନ କରାଯାଇଥିଲା । ଏନେଇ ପୋଲସରା ଥାନାରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଫୁଲବାଣୀରୁ ପୋଲସରା ଦେଇ ବାହାର ରାଜ୍ୟକୁ ଗଂଜେଇ ଚାଲାଣ ହେଉଥିବା ନେଇ ପୁରୁଷୋତ୍ତମପୁର ଏସ ଡି ପି ଓ ସୁଜିତ କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

  • jmjnewso

    Related Posts

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    Spread the love

    Spread the loveଖଲ୍ଲିକୋଟ: ଜେଏମଜେ ନ୍ୟୁଜ : ଭିଜିଲାନ୍ସ ଜାଲରେ ପଡ଼ିଲେ ଅସାଧୁ ପୋଲିସ ଅଫିସର । ଜେଲ୍ ପଠାଇଦେବାର ଭୟ ଦେଖାଇ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ । ସୂଚନା ଅନୁସାରେ, ଗୋଟିଏ…

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    Spread the love

    Spread the loveସୁବର୍ଣ୍ଣପୁର : ଜେଏମଜେ ନ୍ୟୁଜ : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀରୁ କେବାଡ଼ ଯିବା କେନାଲ ରାସ୍ତାରେ ଆଗଲପୁର ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୂଚନା ମୁତାବକ ଅଚ୍ୟୁତ ନାଏକ ବୟସ (୪୦)ପିତା ସଭାପତି…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    • By jmjnewso
    • September 11, 2026
    • 16 views
    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ  ପ୍ରସ୍ତୁତି

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    • By jmjnewso
    • September 11, 2026
    • 38 views
    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    • By jmjnewso
    • September 11, 2026
    • 26 views
    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    • By jmjnewso
    • September 11, 2026
    • 44 views
    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    • By jmjnewso
    • September 11, 2026
    • 31 views
    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    • By jmjnewso
    • September 11, 2026
    • 50 views
    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା