ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

Spread the love

ସୁବର୍ଣ୍ଣପୁର : ଜେଏମଜେ ନ୍ୟୁଜ : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀରୁ କେବାଡ଼ ଯିବା କେନାଲ ରାସ୍ତାରେ ଆଗଲପୁର ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୂଚନା ମୁତାବକ ଅଚ୍ୟୁତ ନାଏକ ବୟସ (୪୦)ପିତା ସଭାପତି ନାଏକ ଗ୍ରାମ କେବାଡ଼ ଥାନା ବରପାଲି ଜିଲ୍ଲା ବରଗଡ଼ ଗତକାଲି ସନ୍ଧ୍ୟାରେ କୌଣସି କାମ ପାଇଁ ବରଗଡ଼ ଯାଇ ବିଳମ୍ବିତ ରାତ୍ରିରେ କାମ ସାରି କାରରେ ଫେରୁଥିବା ବେଳେ ଚିନାଜୁରୀ କେନାଲ ରାସ୍ତାରେ କେହି ଦୁର୍ବୃତ୍ତ ଗୁଳି କରି ହତ୍ୟା କରି ଫେରାର ମାରିଥିଲେ।

କାର ଭିତରେ ତାଙ୍କର ମୃତଦେହେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖି ଡୁଙ୍ଗୁରିପାଲି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ବଲାଙ୍ଗୀର ସାଇଣ୍ଟିଫିକ୍ ଟିମ୍ ସହ ଅନୁସନ୍ଧକ୍ଷନୀ କୁକୁର ଆସି ସମସ୍ତ ନମୁନା ସଂଗ୍ରହ କରି ନେଇଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଚ୍ୟୁତଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ, ପାରିବାରିକ ଶତ୍ରୁତାକୁ ନେଇ ଏଭଳି ଜଘନ୍ୟ ହତ୍ୟା କରାଯାଇଛି। ଅଚ୍ୟୁତଙ୍କ ପିତା ଡୁଙ୍ଗୁରିପାଲି ଶନି ମନ୍ଦିରର ପୂଜକ ଏବଂ ସେ ମଧ୍ୟ ମନ୍ଦିରରେ ପୂଜା କାର୍ଯ୍ୟ କରୁଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ବହୁତ ଶୀଘ୍ର ହତ୍ୟାକାରୀକୁ ଗିରଫ କରାଯିବ ବୋଲି କହିଛି।

  • jmjnewso

    Related Posts

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    Spread the love

    Spread the loveଖଲ୍ଲିକୋଟ: ଜେଏମଜେ ନ୍ୟୁଜ : ଭିଜିଲାନ୍ସ ଜାଲରେ ପଡ଼ିଲେ ଅସାଧୁ ପୋଲିସ ଅଫିସର । ଜେଲ୍ ପଠାଇଦେବାର ଭୟ ଦେଖାଇ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ । ସୂଚନା ଅନୁସାରେ, ଗୋଟିଏ…

    ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ: ଥାନାରେ ପଶି ଛଡାଇ ନେବାକୁ ପୋଲିସ ସହ ଧସ୍ତାଧସ୍ତି।

    Spread the love

    Spread the loveପୁରୁଷୋତ୍ତମପୁର : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଶୁକ୍ରବାର ଗୁଣିଗାରେଡିକୁ ନେଇ ତୁମୁଳକାଣ୍ଡ ଘଟିଛି। ଗୁଣିଗାରେଡି ସନ୍ଦେହରେ କେଶବ ଗୌଡ(୬୫)ଙ୍କୁ ଆକ୍ରମଣ କରାଯାଇଛି। ତାଙ୍କୁ ଥାନାରେ ପଶି ପୋଲିସ ହାତରୁ ଛଡାଇ ନେବାକୁ ଉଦ୍ୟମ…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    • By jmjnewso
    • September 11, 2026
    • 16 views
    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ  ପ୍ରସ୍ତୁତି

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    • By jmjnewso
    • September 11, 2026
    • 38 views
    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    • By jmjnewso
    • September 11, 2026
    • 26 views
    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    • By jmjnewso
    • September 11, 2026
    • 45 views
    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    • By jmjnewso
    • September 11, 2026
    • 32 views
    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    • By jmjnewso
    • September 11, 2026
    • 53 views
    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା